ନଦୀରେ ବୁଡି ଜଣେ ଛାତ୍ର ମୃତ

ଯାଜପୁର: ଧାମନଗର ଥାନା ଅନ୍ତର୍ଗତ ଆନନ୍ଦପୁର ଗାଁର ଜଣେ ଯୁକ୍ତ ଦୁଇର ଛାତ୍ର ନଦୀକୁ ଶୌଚ ହେବାକୁ ଯାଇ ଗୋଡ ଖସିଯିବାରୁ ପାଣିରେ ବୁଡି ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଉଛନ୍ତି  ଅଶ୍ୱନୀ କୁମାର ନାୟକ।

ସୂଚନା ଅନୁଯାୟୀ, ଅଶ୍ୱନୀ ବୈତରଣୀ ନଦୀକୁ ଆଜି ସକାଳେ ଶୌଚ ହେବାକୁ ଯାଇଥିଲେ। ସେଠାରେ ତାଙ୍କ ଗୋଡ ଖସିଯାଇଥିଲା। ନଦୀରେ ବାଲି ଚାଲାଣ ଯୋଗୁଁ ହୋଇଥିବା ଗଣ୍ଡରେ ସେ ବୁଡି ଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.