ଯାଜପୁର : ଧର୍ମଚର୍ଚ୍ଚା ସୁନି ଇଜତେମା ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର : ଆସନ୍ତା ୨୯ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବାକୁ ଯାଉଛି ସୁନି ଇଜତେମା। ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ  ସମୀକ୍ଷା କରିଥିଲେ। ସୁନି ଇଜତେମାରେ ରାଜ୍ୟ ଓ ରାଜ୍ୟ ବାହାରର ୫୦ ହଜାରରୁ ଉର୍ଦ୍ଧ୍ବ ମୁସଲମାନ ଧର୍ମାବଲମ୍ବୀ ଯୋଗ ଦେଇ ଧର୍ମଚର୍ଚ୍ଚାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏକ ସମନ୍ୱୟ କମିଟି ଗଠନ ହୋଇଛି। ଆଜିର ଏହି ପ୍ରସ୍ତୁତି ବୈଠକରେ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷା ଭବପ୍ରସାଦ ଦାସ, ବିଜେଡି ଜିଲା ସଭାପତି ସରୋଜ ମହାପାତ୍ର, ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ବଟକୃଷ୍ଣ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।

Comments are closed.