ଯାଜପୁର : କୃଷି ସେବା ସମବାୟ ସମିତିରେ ଧାନ ସଂଗ୍ରହକୁ ନେଇ ଅସନ୍ତୋଷ

ଯାଜପୁର : ଯାଜପୁର ସଦର ଥାନା ଅନ୍ତର୍ଗତ ବରୁହାଁ କୃଷି ସେବା ସମବାୟ ସମିତିରେ ଧାନ ସଂଗ୍ରହକୁ ନେଇ ଶନିବାର ଅସନ୍ତୋଷ ଦେଖାଦେଇଛି । ଏହି ସମିତିରେ ପ୍ରକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନ କରି ବ୍ୟବସାୟୀଙ୍କ ଠାରୁ ଧାନ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସମିତିର ଆବଶ୍ୟକ କୋଟା ଥାଇ ମଧ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଉ ନ ଥିବା ଅଭିଯୋଗ ହୋଇଛି । ସମବାୟ ସମିତି ସମ୍ପାଦକ ଅଭିଯୋଗ ପରୋକ୍ଷରେ ସ୍ୱୀକାର କରିଥିବା ବେଳେ ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭାରପ୍ରାପ୍ତ ଏଆରସିଅସ।

Comments are closed.