ପଞ୍ଚାୟତିରାଜ ବିଭାଗ ମୋ ସରକାର ଅଧିନକୁ ଆସିବାପରେ ଖୋଲିଲା ସ୍ୱତନ୍ତ୍ର ହେଲ୍ପ ଡେସ୍କ

ଯାଜପୁର : ରାଜ୍ୟରେ ପଞ୍ଚାୟତିରାଜ ବିଭାଗକୁ ମୋ ସରକାର ଅଧିନକୁ ଅଣାଯାଇଛି । ଏହି ଅବସରରେ ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ଗୁରୁବାର ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲାଯାଇଛି । ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସାଧାରଣ ଲୋକଙ୍କ ପାଇଁ ଊତ୍ସର୍ଗ କରିଛନ୍ତି । ଏହି ହେଲ୍ପ ଡେସ୍କ ଫଳରେ ସାଧାରଣ ଲୋକେ ସେମାନଙ୍କ ସେବାକୁ ସହଜରେ ପାଇପାରିବେ । କୌଣସି ପ୍ରକାର ଅସୁବିଧା ହେଲେ ସେମାନେ ଟୋଲ ଫ୍ରି ନମ୍ବରରେ ମିସ୍ କଲ କରିବାକୁ ମଧ୍ୟ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକଙ୍କ ସମେତ ବିଭିନ୍ନ ବ୍ଳକର ବିଡିଓ ମାନେ ଯୋଗ ଦେଇଥିଲେ ।

 

 

Comments are closed.