କୁନିକୁନି ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଅଙ୍ଗନୱାଡି

ଯାଜପୁର : ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥିବା କୁନିକୁନି ଶିଶୁଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେଇ ଏକ ନୂଆ ଉଦାହରଣ ସୃଷ୍ଟି କରାଯାଇଛି । ଯାଜପୁର ବ୍ଲକର ନାଥସାହି ପଞ୍ଚାୟତ ବାହାବଳପୁର ଗାଁରେ ପ୍ରତିଷ୍ଠା ହୋଇଥିବା ଅଙ୍ଗନୱାଡିକୁ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରର ମାନ୍ୟତା ଦେଇ ସେଠାରେ ଛାତ୍ର ଛାତ୍ରୀଙ୍କ ପାଇଁ ନୂତନ ଖେଳନା ସହିତ ବେଞ୍ଚ ଓ ଟେବୁଲ ଯୋଗାଇ ଦିଆଯାଇଛି। ଏହି ନୂତନ କେନ୍ଦ୍ରର ଉଦଘାଟନ ଅବସରରେ ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ ଏବଂ ବିଡିଓ ସୌରଭ ଚକ୍ରବର୍ତି ଉପସ୍ଥିତ ଥିଲେ ।

Comments are closed.