ଯାଜପୁର : ମହାତ୍ମାଗାନ୍ଧୀଙ୍କ ପବିତ୍ର ମହାପ୍ରୟାଣ ଦିବସ ପାଳିତ

ଯାଜପୁର : ମହାତ୍ମାଗାନ୍ଧୀଙ୍କ ପବିତ୍ର ମହାପ୍ରୟାଣ ଦିବସ ଅବସରରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲା ପ୍ରଶାସନ, ସଂସ୍କୃତି ବିଭାଗ ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧୀବାଦୀ ନିଶିଥ ଦାସ,ଶରତ ମହାପାତ୍ର, ସୁବାଷ ଚନ୍ଦ୍ର ତ୍ରିପାଠୀ, ମନ୍ମଥ କୁମାର ସାମଲ, ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ।

Comments are closed.