ଯାଜପୁର : ୮ମ ଜିଲା ମହୋତ୍ସବ ଯଯାତି ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

ସୋନୁ ନିଗମଙ୍କ ଜବରଦସ୍ତ ଗୀତରେ ଦର୍ଶକ ହେଲେ ମତୁଆଲା

ଯାଜପୁର : ଯାଜପୁର ବାଳାଶ୍ରମ ପଡିଆରେ ୮ମ ଜିଲା ମହୋତ୍ସବ ଯଯାତି ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଛି। ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ଏହି ମହୋତ୍ସବକୁ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରିଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉଦଘାଟନ କରିଥିଲେ । ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ମହୋତ୍ସବର ଉଦଘାଟନି ଉତ୍ସବରେ ପୂର୍ବତନ ମନ୍ତ୍ରୀ ଅମର ଶତପଥି, ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ, କୋରେଇ ବିଧାୟକ ଅଶୋକ ବଳ, ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଜିଲାର କଳା ଓ ସଂସ୍କୃତି ଆଜି ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ।

ସୂଚନା ଅନୁଯାୟୀ, ଏହି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଆସନ୍ତା ୫ ଦିନ ଧରି ଚାଲିବ। ଅତିଥି ମାନେ ପଲ୍ଲିଶ୍ରୀ ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲକୁ ବୁଲି ଦେଖିଥିଲେ । ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନି ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନିକଟରେ ଆଇଟିବିପିର ଆଇଜି ଭାବେ ନିଯୁକ୍ତି ପାଇଥିବା ବଡଚଣା ଅଞ୍ଚଳର ସୁଧାଂଶୁ ଶେଖର ମିଶ୍ର ଏବଂ ଯାଜପୁରରେ ରହି ସ୍ୱାଧିନତା ସଂଗ୍ରାମ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିବା ରମାଦେବୀଙ୍କ ଆଶ୍ରମକୁ ଯଯାତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସେହିପରି ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ଜବରଦସ୍ତ ଗୀତରେ ଦର୍ଶକ ମତୁଆଲା ହୋଇଥିଲେ। ୨୦୧୮ ମସିହାରେ ଯାଜପୁର ପୌରପାଳିକାର ୧୫୦ ବର୍ଷ ପୂର୍ତି ଉତ୍ସବ ଅବସରରେ ସୋନୁ ନିଗମ ଯାଜପୁରକୁ ଆସିଥିଲେ ହେଁ ପ୍ରତିକୂଳ ପାଗ ଯୋଗୁଁ କାର୍ଯ୍ୟକ୍ରମ ହୋଇପାରିନଥିଲା। ଫଳରେ ଦର୍ଶକଙ୍କ ମଧ୍ୟରେ ହତାଶଭାବ ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ବର୍ଷ ଯାଜପୁର ଜିଲା ମହୋତ୍ସବ ଅବସରରେ ବୁଧବାର ସୋନୁ ନିଗମ କଣ୍ଠର ଯାଦୁ ଦେଖାଇଥିଲେ। ସୋନୁ ନିଗମଙ୍କୁ ଦେଖିବା ଏବଂ ଗୀତ ଶୁଣିବାକୁ ୫୦ ହଜାରରୁ ଅଧିକ ଦର୍ଶକ ବାଳାଶ୍ରମ ପଡିଆରେ ଏକାଠି ହୋଇଥିଲେ। ସୋନୁ ନିଗମ ଲୋକପ୍ରିୟ ହିନ୍ଦୀ ଗୀତ ସହିତ ଜଗନ୍ନାଥଙ୍କ ଓଡିଆ ଭଜନ ତୋ ଆଗରେ କିଛି ପୁଂଲ …. ଏବଂ ହିଟ୍ ଗୀତ ପୁଚୁକୁ ଗାଲି ଫେସନ ବାଲି ଗୀତରେ ମତୁଆଲା ହୋଇଥିଲେ ଦର୍ଶକ। ଦର୍ଶକଙ୍କ ଭଲ ପାଇବା ଓ ଆୟୋଜନ ଦେଖି ସୋନୁ ନିଗମ ମଧ୍ୟ ବହୁତ ଖୁସି ବ୍ୟକ୍ତ କରିଥିଲେ ।

Comments are closed.