ଜିଲାପାଳଙ୍କ ଅଭିନବ ପଦକ୍ଷେପ: ବାଳାଶ୍ରମ ଅନ୍ତେବାସୀଙ୍କ ଜନ୍ମ ଦିନ ପାଳନ

ଯାଜପୁର : ଯାଜପୁର ଉତ୍କଳ ବାଳାଶ୍ରମ ପରିସରରେ ଦୁଇ ଅନ୍ତେବାସୀ ସନାତନ ଓ ଅସାଳୁଙ୍କ ଜନ୍ମ ଦିନ ପାଳନ କରିଛି ଜିଲା ପ୍ରଶାସନ। ଜିଲା ପାଳ ରଂଜନ କୁମାର ଦାସ ବାଳାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ଜନ୍ମ ଦିନ ସୁନ୍ଦର ଭାବେ ଶନିବାର ପାଳନ କରାଯାଇଥିଲା।  ଆଇବିବିଆଇ ଏହି ଅଭିନବ କାର୍ଯ୍ୟ ପାଇଁ ଜିଲାପାଳଙ୍କୁ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼ାଇଥିଲେ। ବାଳାଶ୍ରମର ଅନ୍ତେବାସୀମାନେ ନ ଭାବନ୍ତୁ ଯେ ସେମାନେ ଏକା ବା ସେମାନଙ୍କ ପାଇଁ କେହି ନାହିଁ ବୋଲି। ଏଥି ପାଇଁ ଆମେ ସେମାନଙ୍କୁ ପୂର୍ବରୁ ବିଭିନ୍ନ ଉତ୍ସବ, ପୂଜା ପାର୍ବଣରେ ସାମିଲ କରିଛୁ। ପ୍ରଥମାଷ୍ଟମୀରେ ନୂତନ ପୋଷାକ ପିନ୍ଧେଇଛୁ, ନୂଆ ବର୍ଷ ସେମାନଙ୍କ ସହିତ କାଟିଛୁ। ସେମାନଙ୍କୁ ଘରେ ରହିଲେ ଯେପରି ଖୁସି ଓ ଆନନ୍ଦ ମିଳିଥାନ୍ତା ଆମେ ସେହିପରି ବ୍ୟବସ୍ଥା କରିଛୁ ବୋଲି ଜିଲାପାଳ ରଂଜନ କୁମାର କହିଥିଲେ। ଭବିଷ୍ୟତରେ ବାଳାଶ୍ରମର ଉନ୍ନତି ପାଇଁ ବିବିଧ ପଦକ୍ଷେପ ନିଆଯିବ। ୨ କୋଟି ଟଙ୍କା ବ୍ୟୟରେ ତାହାର ଉନ୍ନତି କରଣ, ବାଳାଶ୍ରମ ପରିସରରେ ବର୍ଷା ଜଳ ନିଷ୍କାସନର ସୁବିଧା ନ ଥିବାରୁ ସେଥିପାଇଁ ସେଠାରେ ବର୍ଷା ଜଳ ଅମଳ ପ୍ରକଳ୍ପର ପରିକଳ୍ପନା କରାଯାଇଛି ବୋଲି ସେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ବାଳାଶ୍ରମ ର ଅଧିକ୍ଷକ ପ୍ରଜ୍ଞାସିନି ସାହୁ ,ବାଳାଶ୍ରମ ର ଅନ୍ୟାନ୍ୟ କର୍ମଚାରୀ, ଶିଶୁ ସୁରକ୍ଷା ୟୁନିଟ ର ଅନ୍ୟାନ୍ୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,ବାଳାଶ୍ରମ ର ସମସ୍ତ ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।

Comments are closed.