ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ସ୍ମାରକପତ୍ର

ଯାଜପୁର: ଯାଜପୁର ଉତ୍କଳ ମହିଳା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ମହିଳାଙ୍କ ଉପରେ ହେଉଥିବା ପାଶବିକ ଅତ୍ୟାଚାର ପ୍ରତିବାଦରେ ସମିତି ପକ୍ଷରୁ ପଦଯାତ୍ରା ହୋଇଥିଲା। ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ ଓ ସ୍ମିତାରଣୀ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଉତ୍କଳ ମହିଳା ସମିତି ପକ୍ଷରୁ ଦାବି କରାଯାଇଛି। ଯାଜପୁର ଗାନ୍ଧୀଛକ ଠାରୁ ଶତାଧିକ ମହିଳା ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ମଦ ପ୍ରୋତ୍ସାହନକୁ ବନ୍ଦ କରିବା ସହ ଏହାର ବହୁଳ ବ୍ୟବହାର ଯୋଗୁଁ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର, ବଳତ୍କାର ଭଳି ସମ୍ବେଦନଶୀଳ ଘଟଣା ଘଟୁଛି ବୋଲି  ଉତ୍କଳ ମହିଳା ସମିତିର ସଭାପତି କହିଛନ୍ତି।

Comments are closed.