୪ ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଜେଜେମା’

ଯାଜପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ଗୋପକୂଳ ଗ୍ରାମର ଦଶରଥ ଯେନାଙ୍କ ପରିବାରରେ ଥିବା ୪ ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଜେଜେମା । ପ୍ରଥମେ ମା’ ଚାଲିଗଲେ ଆରପାରିକୁ ଓ ବାପାକୁ ପୁଲିସ ବାନ୍ଧି ନେଇଛନ୍ତି । ଜେଜେ ମାଆଙ୍କ କୋଳରେ ଜୀବନ କାଟୁଛନ୍ତି ୪ ନାତି ନାତୁଣୀ । ସାହି ପଡିଶାଙ୍କ ହାତ ଟେକାରେ ବିତୁଛି ଜୀବନ। ମା ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିବା ବେଳେ ବାପା ଦଶରଥଙ୍କ ପେଂରିବା ବାଟକୁ ଚାହିଁ ବସିଛନ୍ତି ଏହି ୪ଜଣ ଶିଶୁ ।

ଖବର ଅନୁଯାୟୀ, ଦଶରଥଙ୍କ ପ୍ରଥମ ସ୍ତ୍ରୀ ୮ ବର୍ଷ ତଳେ କ୍ୟାନ୍ସର ରୋଗରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ବେଳକୁ ଦୁଇ ଯାଆଁଳା ଝିଅ ଗଂଗୋତ୍ରି ଏବଂ ଗାୟତ୍ରୀ ୮ ବର୍ଷର ହୋଇଥିଲେ । ଉଭୟଙ୍କ ଯତ୍ନ ନେବା ପାଇଁ ଦଶରଥ ଦ୍ୱିତୀୟ ବିବାହ କରିଥିଲେ । ନିକଟରେ କୌଣସି ଏକ ଅଜଣା ରୋଗରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏ ନେଇ ଦ୍ୱିତୀୟ ପତ୍ନିଙ୍କ ପରିବାର ଲୋକେ ଦଶରଥଙ୍କ ବିରୋଧରେ ଥାନା ଅଭିଯୋଗ କରିବା ପରେ ପୋଲିସ ଗିରପଂ କରି ଜେଲ ହାଜତକୁ ପଠାଇ ଦେଇଥିଲା । ଏହା ପରଠାରୁ ୪ ଜଣ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ଉପରେ କଳା ବାଦଲ ଘୋଟିଯାଇଛି ।

ପରିଣତ ବୟସରେ ପହଞ୍ଚିଥିବା ଜେଜେ ମାଆଙ୍କୁ ଭଲ ଭାବେ ଦେଖାଯାଉ ନ ଥିବାବେଳେ  ନିଜେ ଚାଲିବା ଓ କଥା କହିବା ଅସମ୍ଭବ। ସିଏ କେମିତି  ୪ ଜଣ ଶିଶୁଙ୍କ ଯତ୍ନ ନେବ ତାକୁ ନେଇ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଘର ଚଳିବା ପାଇଁ କେବଳ ବୁଢ଼ି ମା’ ଭତ୍ତା ହିଁ ଏକମାତ୍ର ସମ୍ବଳ । ଦଶରଥଙ୍କ ଦ୍ୱିତୀୟ ପତ୍ନି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଥିବା ବେଳେ କିଭଳି ମଂଗଳପୁର ପୋଲିସ ଏହାକୁ ହତ୍ୟା ମାମଲା ରୁଜୁ କରି ଦଶରଥକୁ ଗିରପଂ କରି କୋର୍ଟ ଚାଲାଣ କଲା ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ନେଇ ଯାଜପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗା ଯୋଗ କରାଯାଇଥିଲା।  ଏ ନେଇ ତଦନ୍ତ କରାଯାଇ ଆଇନ ଅନୁଯାୟୀ ସହଯୋଗ କରାଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରତିଶୃତି ଦେଇଛନ୍ତି। ଏହି ୪ ଜଣ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରଶାସନ ସହଯୋଗର ହାତ ବଢ଼ାଇବା ସହିତ ଦଶରଥ ଗିରପଂ ହୋଇଥିବା ଘଟଣାର ନିରପେକ୍ଷ ତଦନ୍ତ କରିବାକୁ  ସାଧାରଣରେ ଦାବି ହୋଇଛି ।

Comments are closed.