ଯାଜପୁର : ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ଯାଜପୁର : ଯାଜପୁର ବ୍ଲକ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ସମସ୍ତ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ସରକାରୀ ଯୋଜନାରୁ ଲାଭ ଉଠାଇବା ପାଇଁ ଭିନ୍ନକ୍ଷମ ମାନଙ୍କୁ ନିବେଦନ କରିଥିଲେ। ଏହି ଶିବିରରେ ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତି, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନେ ସେମାନଙ୍କର ପ୍ରମାଣପତ୍ର ପାଇବା ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନ ଦୌଡି ପ୍ରତ୍ୟେକ ବ୍ଳକ ଅଫିସରେ ପାଇପାରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଭିନ୍ନକ୍ଷମ ମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହିତ ସେମାନଙ୍କୁ ପ୍ରମାଣ ପତ୍ର ସହିତ ୩ ଚକିଆ ଗାଡି, ଧଳା ବାଡି, ଶବଣ ଯନ୍ତ୍ର ଆଦି ଆନୁସଂଗିକ ସାମଗ୍ରୀ  ବଣ୍ଟନ କରାଯାଇଥିଲା ।

 

Comments are closed.