ଯାଜପୁର ଜିଲାର କାର୍ଯ୍ୟରତ ସାମ୍ବାଦିକ ପ୍ରତିବାଦ

0

ଯାଜପୁର : ପୁରୀ ଏବଂ ବାଲେଶ୍ୱରରେ ହୋଇଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଯାଜପୁର ଜିଲାର କାର୍ଯ୍ୟରତ ସାମ୍ବାଦିକ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ।ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ମଧ୍ୟ ଦାବି କରାଯାଇଥିଲା । ଏନେଇ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ମଧ୍ୟ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଜିଲାର ଶତାଧିକ ସାମ୍ବାଦିକ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲା। ସଦର ମହକୁମା ଗାନ୍ଧୀ ଛକରୁ ଶୋଭାଯାତ୍ରା ବାହାରିଥିଲା ।

Leave A Reply