ପ୍ରେମିକର ଅତ୍ୟାଚାରରେ ଅତିଷ୍ଠ ହୋଇ ନାବାଳିକାଙ୍କ ଆତ୍ମହତ୍ୟା

ଯାଜପୁର : ଯାଜପୁର ଜିଲା ସଦର ଥାନା ବେଣୀପୁର ଗାଁରେ ଜଣେ ନାବାଳିକା ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମିକର ଅତ୍ୟାଚାରରେ ଅତିଷ୍ଠ ହୋଇ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାରଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରେମ ଜାଲରେ ଫଶାଇ ସୁଜିତ୍ ମଲ୍ଲିକ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲା। ଫେରାର ହେବା ପରେ ତାକୁ ନାନା ହଇରାଣ ହରକତ କରିବା ସହିତ ମାଡ ମାରୁଥିଲା । ଫଳରେ ନାବାଳିକା ଜଣକ ନିଜ ବାପ ଘରେ ରହୁଥିଲା। ବାରମ୍ବାର ସୁଜିତ ଝିଅ ଘରକୁ ଆସି ଗାଳିଗୁଲଜ କରିବା ସହିତ ମାଡ ମାରୁଥିଲା। ଏଥିରେ ନାବାଳିକା ଜଣକ ଅତିଷ୍ଠ ହୋଇ ରବିବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଏ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଡାକ୍ତରଖାନାକୁ ପଠାଇଛି। ଏହି ଘଟଣାର ଅଭିଯୁକ୍ତ ସୁଜିତ୍ ମଲ୍ଲିକଙ୍କୁ ଗିରଫ କରିବାକୁ ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ ଦାବି କରାଯାଇଛି ।

Comments are closed.