କୋଭିଡ ନିୟମ ଉଲ୍ଲଘଂନ କରି ୧୫ ହଜାର ଫାଇନ ଦେଲେ ୩ ପେଟ୍ରୋଲ ପମ୍ପ

ଯାଜପୁର : ପେଟ୍ରୋଲ ପମ୍ପ ଗୁଡିକରେ କୋଭିଡ ନିୟମର ଉଲଙ୍ଘନ ଆଶଙ୍କାରେ ଯାଜପୁରର ନୂତନ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତିଙ୍କୁ ଧରପଗଡ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକ ଉପରେ ତହସିଲଦାର ଶ୍ରୀ ପତି ଓ ତାଙ୍କ ଟିମ୍ ଧରପଗଡ ସମୟରେ ଅନେକ ସ୍ଥାନରେ ମାର୍ଗ ଦର୍ଶିକାର ଉଲଙ୍ଘନ ଦେଖିବାକୁ ପାଇଥିଲେ । ପେଟ୍ରୋଲ, ଡିଜେଲ ବିତରଣ କରୁଥିବା କର୍ମଚାରୀମାନେ, ଗ୍ରାହକମାନେ ମାସ୍କ ବ୍ୟବହାର କରୁ ନଥିବାରୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ସେହିପରି ତୈଳ ନେବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ନିୟମିତ ଭାବେ ପରିସରକୁ ସାନିଟାଇଜ କରିବା ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏହି ଧରପଗଡରେ ହରଗୈାରୀ, ଶାନ୍ତି ଓ ଆନ୍ ପିଂଲିଂ ଷ୍ଟେସନରୁ ପନ୍ଦର ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ସହ ଭବିଷ୍ୟତରେ ନ ସୁଧୁରିଲେ ବା କୋଭିଡ ନିୟମ ଉଲଙ୍ଘନ କଲେ ଆଇନ ଅନୁସାରେ ପିଂଲିଂ ଷ୍ଟେସନକୁ ବନ୍ଦ କରି ଦିଆଯିବ ବୋଲି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଳ ସତର୍କ କରାଇ ଦେଇଛନ୍ତି । ଅପର ପକ୍ଷରେ ଅନ୍ୟ ସ୍ଥାନରେ ଥିବ ପିଂଲିଂ ଷ୍ଟେସନ ଗୁଡିକୁ ମଧ୍ୟ ନିୟମିତ ଧରପଗଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.