ଗିଫ୍ଟ ଦୋକାନରେ ଗଞ୍ଜେଇ ବେପାର ; ଜଣେ ଗିରଫ

ଯାଜପୁର : ଯାଜପୁର ଟାଉନଥାନା ଅନ୍ତର୍ଗତ ଚିତାଳୋ କଲେଜ ଛକରେ ଥିବା ଏକ ଗିଫ୍ଟ ଦୋକାନରେ ପୁଲିସ ଅଚାନକ ଚଢ଼ାଉ କରି ଗଞ୍ଜେଇ ଓ ଅଫିମ ଜବତ କରିଛି। ସମ୍ପୃକ୍ତ ଦେକାନୀଙ୍କୁ ପୁଲିସ ଗିରପଂ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଝାଡ ଗ୍ରାମର ଦିପକ ଓରଫ ପ୍ରଶାନ୍ତ କୁମାର କର ।

ସୂଚନା ଅନୁଯାୟୀ, ଦିପକ ନିଜ ଦୋକାନରେ ଗଞ୍ଜେଇ ବେପାର କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ନାଇଟ ପେଟ୍ରୋଲିଂ ଟିମ ଟାଉନ ଥାନାରେ ଜଣାଇଥିଲା। ପରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ଏକ ଧଳା ବ୍ୟାଗରୁ ୧କେଜି୬୦୦ଗ୍ରାମ ଗଞ୍ଜେଇ ଓ ଏକ ଜରି ପ୍ୟାକେଟରୁ ୨୦ଗ୍ରାମ ଅଫିମ ଜବତ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ଯାଜପୁର ଏସ୍‌ଡ଼ିପିଓ ରବିନ୍ଦ୍ର କୁମାର ଜେନା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Comments are closed.