ବନିସିରେ ମାଛ ବଦଳରେ ପଡିଲା କୁମ୍ଭୀର

ଯାଜପୁର: ଯାଜପୁର ଜିଲା ସଦର ଥାନା ଖରସ୍ରୋତା ନଦୀ ରାଜଘାଟ ନିକଟରେ ଶନିବାର ବନିସିରେ ମାଛ ବଦଳରେ କୁମ୍ଭୀର ଧରାପଡିଛି । ଏହାର ଲମ୍ବ ୩ଫୁଟ ହେବ  । କୁମ୍ଭୀରଟି ଧରା ପଡ଼ିବା ପରେ ସ୍ଥାନୀୟଲୋକେ ଏକ ପୋଖରୀରେ ଛାଡ଼ିଥିଲେ । ପରେ ଯାଜପୁର ବନବିଭାଗ କର୍ମଚାରୀ ଖବରପାଇ କୁମ୍ଭୀରକୁ ଉଦ୍ଧାର କରିଥିଲେ। ତେବେ ଖରସ୍ରୋତା ନଦୀରୁ ଏହି କୁମ୍ଭୀର ଉଦ୍ଧାର ହେବା ପରେ ସ୍ଥାନୀୟ  ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଉଦ୍ଧାର କୁମ୍ଭୀରଟି ଛୋଟ ହୋଇଥିବାରୁ ଏହି ନଦୀରେ ଅନ୍ୟ କୁମ୍ଭୀର ଥିବା ବନ ବିଭାଗ କର୍ମଚାରୀ ଅନୁମାନ କରିଛନ୍ତି ।

Comments are closed.