ପେନସନ୍‌ ନେବାକୁ ମନାକଲେ ଜେଟଲୀଙ୍କ ପରିବାର, କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ପରଲୋକ ଗମନ କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରିବାର ଲୋକେ ତାଙ୍କ ପେନସନ୍‌ ନେବାକୁ ମନା କରିଦେଇଛନ୍ତି। ଏଥିପାଇଁ ଜେଟଲୀଙ୍କ ପତ୍ନୀ ସଙ୍ଗୀତା ଜେଟଲୀ ରାଜ୍ୟସଭା ଉପସଭାପତି ଏମ. ଭେଙ୍କାୟା ନାଇଡୁଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଜେଟଲୀଙ୍କୁ ମିଳିବାକୁ ଥିବା ପେନସନ୍‌ ବାବଦ ଅର୍ଥ(ପାଖାପାଖି ୩ ଲକ୍ଷ ଟଙ୍କା) କମ୍‌ ଦରମା ପାଉଥିବା କର୍ମଚାରୀମାନଙ୍କୁ ଦାନ କରିଦେବାକୁ ସେ ଅନୁରୋଧ କରିଛନ୍ତି।

ସଙ୍ଗୀତା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅରୁଣ ଯେଉଁ ମହାନ କାର୍ଯ୍ୟ କରୁଥିଲେ ତାଙ୍କର ସେହି ମାର୍ଗରେ ମୁଁ ଚାଲିବା ସହିତ ସଂସଦରେ ଅନୁରୋଧ କରୁଛି ଯେ, ଜଣେ ଦିବଂଗତ ସାଂସଦଙ୍କ ପରିବାରକୁ ମିଳିବାକୁ ଥିବା ପେନସନ୍‌କୁ ସେହି ସଂସ୍ଥାନରେ କମ୍‌ ଦରମା ପାଉଥିବା କର୍ମଚାରୀମାନଙ୍କୁ ଦାନ କରିଦିଆଯାଉ, ଯେଉଁଠି ଅରୁଣ ଦୁଇ ଦଶକ ଧରି ସେବା କରିଛନ୍ତି। ଅର୍ଥାତ୍‌ ରାଜ୍ୟସଭାର ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ମଧ୍ୟରେ ତାଙ୍କ ପେନସନ୍‌ ଅର୍ଥ ବାଣ୍ଟିଦେବାକୁ ସଙ୍ଗୀତା ନିବେଦନ କରିଛନ୍ତି। ଚିଠିର ଏକ ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ସେ ପଠାଇଛନ୍ତି।

Comments are closed.