ରାହୁଲଙ୍କୁ ଜେଟ୍‌ଲୀଙ୍କ ପ୍ରଶ୍ନ; ପିଜି ନ କରି ଏମ୍‌ଫିଲ କେମିତି କଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟେତାକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯିବା ପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବେ ରାହୁଲ ଗାନ୍ଧୀଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜେଟଲୀ ନିଜ ଫେସବୁକ ବ୍ଲଗ୍‌ରେ ରାହୁଙ୍କ ପାଠପଢ଼ାକୁ ନେଇ ପ୍ରଶ୍ନ ଉଠାଇ ପଚାରିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ମାଷ୍ଟର ଡିଗ୍ରୀ ନ କରି କିପରି ଏମ୍‌ଫିଲ ଡିଗ୍ରୀ ହାଲସ କଲେ ତାହାକୁ କୁହନ୍ତୁ।

ସ୍ମୃତି ଇରାନୀଙ୍କ ପରେ ଏବେ ରାହୁଲଙ୍କ ସତ୍ୟପାଠକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ରାହୁଲ ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନ ସମୟରେ ସତ୍ୟପାଠରେ ଦର୍ଶାଇଥିଲେ ଯେ, ସେ ଟ୍ରିନିଟି କଲେଜରୁ ଡେଭଲପମେଣ୍ଟ ଇକୋନୋମିକ୍ସରେ ଏମ୍‌ଫିଲ କରିଛନ୍ତି। କିନ୍ତୁ ୨୦୧୪ରେ ସତ୍ୟପାଠରେ ଦର୍ଶାଇଥିଲେ ଡେଭଲପମେଣ୍ଟ ଷ୍ଟଟିଜରେ ଏମଫିଲ କରିଛନ୍ତି। ଏ ନେଇ ଜେଟଲୀ ନିଜ ଫେସବୁକ୍‌ ବ୍ଲଗ୍‌ରେ ଉଲ୍ଲେଖ କରିବା ସହ ଟ୍ବିଟ ମଧ୍ୟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଏହା ଭିତରେ ରାହୁଲ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଲୋକେ ଭୁଲି ଯାଉଛନ୍ତି। ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଏମିତି କେତେ ପ୍ରଶ୍ନ ରହିଛି, ଯାହାର ଏଯାଏ ଜବାବ ମିଳିନାହିଁ। ଏହା ନିଃସନ୍ଦେହ ଯେ, ରାହୁଲ ପିଜି ନ କରି ଏମଫିଲ କରିଛନ୍ତି। ରାହୁଲ କିଛି ମାସ ତଳେ ନିଜେ ଏହା ସ୍ବୀକାର କରିଥିଲେ ମଧ୍ୟ ଏହା ଉପରେ ଆଜି କେହି ପ୍ରଶ୍ନ କରୁନାହାନ୍ତି।

Comments are closed.