ଜୟପୁରରେ ହୋଇପାରେ ମହିଳା ଆଇପିଏଲ

ନୂଆଦିଲ୍ଲୀ : ଚଳିତ ବର୍ଷ ପୁଣିଥରେ ମହିଳା ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍( ଆଇପିଏଲ୍ ) ମ୍ୟାଚ୍ ଜୟପୁରରେ ହୋଇପାରେ। ଏନେଇ ଟ୍ବେଣ୍ଟି-୨୦ ଲିଗର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ମହିଳା ଆଇପିଏଲ‌ରେ ଚାରୋଟି ଟିମ୍ ମଧ୍ୟରେ ୭ଟି ମ୍ୟାଚ ଖେଳାଯିବ ଏବଂ ଏହାର ଆୟୋଜନ ଜୟପୁରରେ ହେବାର ସମ୍ଭାବନା ରହିଛି।
ଗତବର୍ଷ ମଧ୍ୟ ଜୟପୁରରେ ମହିଳା ଆଇପିଏଲ ମ୍ୟାଚ୍ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ତିନୋଟି ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ମାତ୍ର ଚଳିତବର୍ଷ କେଉଁ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ସେନେଇ ବିଧିବଦ୍ଧଭାବେ କୌଣସି ଘୋଷଣା କରାଯାଇ ନାହିଁ।

Comments are closed.