ଜୈନ ମନ୍ଦିରରେ ଖୋଲିଲା କୋଭିଡ କେନ୍ଦ୍ର: ପଡିଲା ୧୦୦ ଶଯ୍ୟା, ୧୦ ଡାକ୍ତର ନିୟୋଜିତ

ମୁମ୍ବଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଆଶାତୀତ ଭାବେ ବଢିଚାଲିବା ଏବଂ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ନିମନ୍ତେ ହସପିଟାଲରେ ଶଯ୍ୟା, ଡାକ୍ତର ଆଦିଙ୍କର ଘୋର ଅଭାବ ପରିଲକ୍ଷି ହେଉଥିବାବେଳେ ଏଠାରେ ଥିବା ଏକ ଜୈନ ମନ୍ଦିରକୁ କୋଭିଡ-୧୯ କେନ୍ଦ୍ରରେ ପରିଣତ କରାଯାଇଛି। ଏଠାରେ ୧୦୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଥିବାବେଳେ ପାଥୋଲୋଜି ଲାବ, ଅକ୍ସିଜେନ ସୁବିଧା ସହିତ ୧୦ ଜଣ ଡାକ୍ତରଙ୍କୁ ଚିକିତ୍ସା ସେବାରେ ନିୟୋଜିତ କରାଯାଇଛି। ତାହାସହିତ ଅନ୍ୟାନ୍ୟ ସହାୟକ କର୍ମଚାରୀ ମଧ୍ୟ ରହିଛନ୍ତି। ମୁମ୍ବଇରେ ରହୁଥିବା ଜୈନ ଧର୍ମାବଲମ୍ବୀମାନେ ଏଭଳି ଏକ ମହତ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତବର୍ଷ ମଧ୍ୟ ଉକ୍ତ ମନ୍ଦିରକୁ କୋଭିଡ କେନ୍ଦ୍ରରେ ପରିଣତ କରାଯାଇଥିଲା ଏବଂ ସେଠାରେ ପ୍ରାୟ ୨୦୦୦ କୋଭିଡ ସଂକ୍ରମିତଙ୍କର ଚିକିତ୍ସା କରାଯାଇଥିଲା।

Comments are closed.