ନିଶା ପାଗଳ କଏଦୀ: ନୀଳଗିରି ଜେଲରେ ଉନ୍ମତ୍ତକାଣ୍ଡ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଜେଲ ଭିତରେ ଏକ ଚୋରି ଅଭିଯୋଗରେ ଗିରଫ ହୋଇ ଆସିଥିବା ଜଣେ କଏଦୀ ନିଶା ପାଇଁ ଉନ୍ମତ୍ତକାଣ୍ଡ ଘଟାଇଛି। ନୀଳଗିରି ଥାନା ତଥା ଅଯୋଧ୍ୟା ଫାଣ୍ଡି ଅଧୀନ ପ୍ରତାପପୁର ଗାଁର ମାଙ୍ଗା ଓରଫ ରାଜୁ ସିଂ (୨୭) ଜଣେ ଡାକ୍ତରଙ୍କ ଘରେ ଚୋରି କରିଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଶନିବାର ଅପରାହ୍ନରେ ସମ୍ପୃକ୍ତ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାକୁ ନୀଳଗିରି ଜେଲକୁ ପଠାଯାଇଥିଲା। କିନ୍ତୁ ରାତି ପ୍ରାୟ ୯ଟା ସମୟରେ ସମ୍ପୃକ୍ତ କଏଦୀ ନିଶା ପାଇଁ ଜେଲ ଭିତରେ ପାଗଳ ପରି ଆଚରଣ କରିଛି। ତାକୁ ଅନ୍ୟ କଏଦୀ ଏବଂ ଜେଲ ୱାର୍ଡ଼ରମାନେ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ସମସ୍ତଙ୍କୁ ଠେଲି ଦେଇ ଉନ୍ମତ୍ତକାଣ୍ଡ ଭିଆଇଛି।

ନିଶା ପାଇଁ ପାଗଳ ହେଉଥିବା ଏହି କଏଦୀକୁ ଦେଖି ନୀଳଗିରି ଜେଲର ମନସ୍ୱିନୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ୱାର୍ଡ଼ର ରାଜେଶ ଶତପଥୀ, ଧ୍ୱଜକିଶୋର ବେହେରା, କରୁଣାକର ପ୍ରଧାନ, ଅଜୟ ନାୟକ, ଚନ୍ଦନ ଜେନା ପ୍ରମୁଖ ବହୁ କଷ୍ଟରେ ତାକୁ କାବୁ କରି ରାତିରେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ମେଡିକାଲରେ ଭର୍ତ୍ତି କରାଯିବା ପରେ ମଧ୍ୟ ସେ ଉନ୍ମତ୍ତକାଣ୍ଡ କରି ଚାଲିଛି। ଡାକ୍ତର ରାମକୃଷ୍ଣ ସାହୁ ତାଙ୍କୁ ଚିକିତ୍ସା କରୁଛନ୍ତି।

Comments are closed.