ମେଡିକାଲରୁ କଏଦୀ ଫେରାର

ମାଲକାନଗିରି : ଚିକିତ୍ସା ପାଇଁ ଆସିଥିବା ଜଣେ କଏଦୀ ମେଡିକାଲରୁ ଫେରାର ହୋଇଯାଇଛି । ଫେରାର କଏଦୀଙ୍କ ନାମ ରାଜୁ ବାରୋଇ । ଏକ ଗଞ୍ଜେଇ ଚାଲାଣ ମାମଲାରେ ସେ ଗିରଫ ମାଲକାନଗିରି ଜେଲରେ ଥିଲା । ସେ ଅସୁସ୍ଥତା ଅନୁଭବ କରିବାରୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ତାକୁ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରୁ ସେ ଚମ୍ପଟ ମାରିଛି ।

Comments are closed.