ଚେନ୍ନାଇ ଜେଲ୍‌ରେ ମୋବାଇଲ୍‌ ଫୋନ୍‌ ଓ ଟିଭି ସେଟ୍‌  ବ୍ୟବହାର କରୁଛନ୍ତି କଏଦୀ!

0

ଚେନ୍ନାଇ . – ଚେନ୍ନାଇ ପୁଜ୍‌ହଲ୍‌ କେନ୍ଦ୍ରୀୟ କାରାଗାରରେ ବିଭିନ୍ନ ଅପରାଧରେ ସଜ୍ଜା କାଟୁଥିବା କଏଦୀମାନେ ବିଳାସବ୍ୟସନରେ କାରାଗାର ମଧ୍ୟରେ ରହୁଥିବା ଅଭିଯୋଗ ହୋଇଛି । କେବଳ ଅଭିଯୋଗ ନୁହେଁ ଜେଲ୍‌ ଭିତରର ଅନେକ ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଛି । ଜେଲ୍‌ ଭିତରେ ଅନେକ କଏଦୀ ଗଦି ପକାଇ ଶୋଉଥିବା ବେଳେ କିଛି କଏଦୀ ନିଜ କୋଠରୀରେ ଟିଭି ସେଟ୍‌ ଲଗାଇଛନ୍ତି । କେବଳ ସେତିକି ନୁହେଁ ମୋବାଇଲ ଫୋନ୍‌ ବ୍ୟବହାର କରିବା ସହ ଭଲ  ପୋଷାକ ପିନ୍ଧି କାରାଗାରରେ ରହୁଛନ୍ତି ।

ଏହାର ଭିଡିଓ ବିଭିନ୍ନ  ଗଣମାଧ୍ୟମରେ ପ୍ରଦର୍ଶୀତ ହେବା ପରେ କାରାଗାର କର୍ତ୍ତୃପକ୍ଷ ୧୮ଟି ଟିଭି ସେଟ୍‌କୁ କାରାଗାରରୁ କାଢି ଦେଇଛନ୍ତି ।

ଏହାସହ ବିଭିନ୍ନ ସ୍ମାର୍ଟଫୋନ୍‌ ,ଚାର୍ଜର ,ୟୁଏସ୍‌ବି କେବୁଲ୍‌ ଜବତ କରାଯାଇଛି । ଜେଲ୍‌ ଭିତରକୁ କିପରି ମୋବାଇଲ୍‌, ଟିଭି ସେଟ୍‌ ଓ ଗଦି ଗଲା ତାହାର ତଦନ୍ତ ଆରମ୍ଭ ହୋଇଛି  । ଏଥିରେ ଜେଲ୍‌ର କିଛି କର୍ମଚାରୀ ଓ ଅଧିକାରୀ ସାମିଲ୍‌ ଥିବା ଅଭିଯୋଗ ହୋଇଛି ।

Leave A Reply