ନାବାଳିକାଙ୍କୁ ଅସଦାଚରଣ; ୩ ଜଣଙ୍କୁ ୩ ବର୍ଷ ଜେଲ

0

କନ୍ଧମାଳ: ନାବାଳିକାଙ୍କୁ ଅସଦାଚରଣ ମାମଲାରେ ୩ ଜଣ ଦୋଷୀଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି ପୋକ୍ସୋ କୋର୍ଟ ଜଜ୍‌ ସୁଶାନ୍ତ କୁମାର ପଟେଲ । ଏହା ସହ ୫ ହଜାର ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଦୋଷୀମାନେ ହେଲେ ସେହି ଗ୍ରାମର କେଦାର ପ୍ରଧାନ, ଦିକ ପ୍ରଧାନ ଓ ଜିତୁ ପ୍ରଧାନ ।

ସୂଚନାଯୋଗ୍ୟ, ୨୦୧୬ ମସିହା ଏପ୍ରିଲ ୧୦ ତାରିଖରେ ଜି ଉଦୟଗିରି ଥାନା ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକା ନଦୀରୁ ଗାଧୋଇ ଘରୁ ଫେରୁଥିବା ବେଳେ ଉପରୋକ୍ତ ୩ ଜଣ ତାଙ୍କ ସହ ଅସଦାଚରଣ କରିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଜି ଉଦୟଭିରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ୭ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କନ୍ଧମାଳ ଜିଲ୍ଲା ପୋକ୍ସୋ କୋର୍ଟ ଜଜ୍‌ ସୁଶାନ୍ତ କୁମାର ପଟେଲ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Leave A Reply