ଜାଗୃତ ଓଡ଼ିଶା ପକ୍ଷରୁ ଆଶ୍ରମ ଶିଶୁ ମହୋତ୍ସବ ‘ଟିକିଏହସ’ ପାଳିତ

0

ଭୁବନେଶ୍ବର : ଜାଗୃତ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଓ ଆଇନଜୀବୀ ମ ପକ୍ଷରୁ ୟୁନିଟ୍‍ ୪ ସ୍ଥିତ ଦି ଇନଷ୍ଟିଚ୍ୟୁସନ୍‍ ଅଫ୍‍ ଇଞ୍ଜିନିୟରସ୍‍ର୍ ସମ୍ମିଳନୀ କକ୍ଷ ଠାରେ ୪ର୍ଥ ରାଜ୍ୟସ୍ତରୀୟ ଆଶ୍ରମ ଶିଶୁମହୋତ୍ସବ ‘’ଟିକିଏହସ’’ ଅନୁଷ୍ଠିତହୋଇଯାଇଛି। ଏହି ମହୋତ୍ସବ ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଝାରସୁଗୁଡ଼ା ସମେତ ୧୮ଟି ଜିଲାର ୨୨ଟି ଆଶ୍ରମର ୨୫୩ ଅନ୍ତେବାସୀ ଯୋଗ ଦେଇଥିଲେ। 

ଜିଲା ଓ ଦୌରାଜଜ୍‍ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ମୂଖ୍ୟ ଅତିଥି ଓ ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ମାନସ ରଞ୍ଜନ ମହାପାତ୍ର, ପୂର୍ବତନ ମହିଳାକମିଶନ ଅଧ୍ୟକ୍ଷା ନମ୍ରତାଚଢ଼ା ଏବଂ ଦି ଇନଷ୍ଟିଚ୍ୟୁସନ୍‍ ଅଫ୍‍ ଇଞ୍ଜିନିୟରସ୍‍ର୍ର ନବ ନିର୍ବାଚିତ ଅଧ୍ୟକ୍ଷ ପ୍ରଫେସର କ୍ଷୀରୋଦ କୁମାର ରାଉତ୍‍ ଉତ୍ସବକୁ ଉଦଘାଟନ କରିଥିଲେ। ଭବିଷ୍ୟତ ଭାରତ ନିର୍ମାଣରେ ଅବହେଳିତ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ଆଣିବା ଯୁବବର୍ଗ ମୂଖ୍ୟଲକ୍ଷ୍ୟ ହେବା ଉଚିତ୍‍ ବୋଲି ମ।ସୀନ ଅତିଥି ମତପ୍ରକାଶ କରିଥିଲେ। 

ବିଭିନ୍ନ ଗଳ୍ପ ମାଧ୍ୟମରେ ଅତିଥିମାନେ ପିଲାଙ୍କୁ ସମାଜ ନିର୍ମାଣରେ ସେମାନଙ୍କ ଭୂମିକା, ଦାୟୀତ୍ୱ ଓ ଅଧିକାର ବୁଝାଇଥିଲେ। ସମାଜର ତୃଣମୂଳସ୍ତରରେ କାର୍ଯ୍ୟରତ କର୍ମକ ର୍ା ଓ ସଙ୍ଗଠନକୁ ସେମାନଙ୍କ ସାମାଜିକ ଅବଦାନ ପାଇଁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Leave A Reply