ଜଗଜିତ୍‍ ପାଭାଡିଆ ଆଇଏନ୍‍ସିବି ସଦସ୍ୟ ଭାବେ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ :  ଭାରତର ଜଗଜିତ୍‍ ପାଭାଡିଆ ଅନ୍ତର୍ଜାତିକ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ ଆଇଏନ୍‍ସିବିକୁ ଆଉ ଏକ କାର୍ଯ୍ୟକାଳ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ସ୍ୱରୂପ ଶ୍ରୀମତୀ ପାଭାଡିଆଙ୍କୁ ସର୍ବାଧିକ ୪୪ଟି ଭୋଟ୍‍ ମିଳିଛି। ୨୦୧୫ ମସିହାରୁ ସେ ଆଇଏନ୍‍ସିବିରେ ସଦସ୍ୟ ଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୦ ମସିହାରେ ଶେଷ ହୋଇଥାନ୍ତା। ଅର୍ଥନୈତିକ ଓ ସାମାଜିକ ପରିଷଦ ପକ୍ଷରୁ ମଙ୍ଗଳବାର ଗୁପ୍ତ ଭୋଟ୍‍ କରାଯାଇଥିଲା । ୫ଟି ଆସନ ପାଇଁ ୧୫ଜଣ ସଦସ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ୨୦୨୦ ମାର୍ଚ୍ଚ ୨ ତାରିଖରୁ ୫ ବର୍ଷ ପାଇଁ ଦ୍ୱିତୀୟ ଥର ସକାଶେ ଜଗଜିତ ପାଭାଡିଆ ଆଇଏନ୍‍ସିବିର ସଦସ୍ୟ ରହିବେ।

Comments are closed.