ପ୍ରଦୂଷଣ ନିମନ୍ତେ ସର୍ବୋତ୍ତମ ଖାଦ୍ୟ ଗୁଡ଼

ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ପ୍ରଦୂଷଣରୁ ବର୍ତ୍ତିବା ନିମନ୍ତେ ଡ୍ରାଏ ଫ୍ରୁଟସ୍ କିମ୍ବା ସବୁଜ ପନିପରିବା ଖାଇବା ଉଚିତ୍। ଯାହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇବ। ପ୍ରଦୂଷଣ ସହ ଖାପଖୁଆଇ ଚଳିବା ନିମନ୍ତେ ପ୍ରତ୍ୟେକ ଲୋକ ଦୈନିକ ଅଳ୍ପ ପରିମାଣର ଗୁଡ଼ ଖାଇବା ଉଚିତ।

ଗୁଡ଼ ଖାଇବା ଦ୍ବାରା ଫୁସଫୁସ ସଂକ୍ରମଣରୁ ରକ୍ଷା ପାଇବା ସହ ନିଶ୍ବାସ ନେବାରେ କଷ୍ଟ ହୁଏ ନାହିଁ।

ଶ୍ବାସରୋଗୀଙ୍କ ନିମନ୍ତେ ଦିଲ୍ଲୀର ଏହି ପ୍ରଦୂଷଣ ଖୁବ୍ କ୍ଷତିକାରକ। ସେମାନେ ମଧ୍ୟ ଏକ ଚାମଚ ଲେଖାଏଁ ଗୁଡ଼ ଖାଇବା ଉପକାରୀ।

ଖାଦ୍ୟ ହଜମ କରାଇବାରେ ସାହାଯ୍ୟ କରୁଥିବା ଗୁଡ଼ ଶରୀର ନିମନ୍ତେ ଉତ୍ତମ ଆଣ୍ଟି-ଅକ୍ସିଡାଣ୍ଟ ପରି କାମ କରେ।

ଏହି କାରଣରୁ ଖାଦ୍ୟ ବିଶେଷଜ୍ଞମାନେ ଦିଲ୍ଲୀବାସୀଙ୍କୁ ପ୍ରତ୍ୟହ ଗୁଡ଼ ଖାଇବାକୁ ପରାମର୍ଶ ଦେଇଛନ୍ତି।

Comments are closed.