ମଧୁମେହ ରୋଗୀ ଗୁଡ ଖାଇବା ଉଚିତ୍ କି ?

0

ମଧୁମେହ ରୋଗୀଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିଥାଏ । ସେମାନଙ୍କ ଭୋଜନ ତାଲିକାରେ ଚିନିକୁ ବାଦ ଦିଆଯାଇଥାଏ । ଚିନିର ବିକଳ୍ପ ଭାବେ ଗୁଡ ଖାଇବାକୁ କେହି କେହି ପରାମର୍ଶ ଦେଇଥାନ୍ତି । ହେଲେ ମଧୁମେହ ରୋଗୀଙ୍କ ପାଇଁ ଗୁଡ ଖାଇବା ପ୍ରକୃତରେ ଉପକରୀ କି ନୁହେଁ ତାହା ଆସନ୍ତୁ ଜାଣିବା…..

ବିଶେଷଜ୍ଞଙ୍କ ମତରେ ଯେଉଁ ଖାଦ୍ୟ ପଦାର୍ଥ ରକ୍ତରେ ଇନ୍ସୁଲିନର ମାତ୍ରାକୁ ବଢାଇ ଥାଏ, ତାହା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ । ଗୁଡ କେବଳ ସଫା ଧଳା ଚିନି ତୁଳନାରେ ସ୍ବାସ୍ଥ୍ୟପ୍ରଦ ହୋଇପାରେ କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ନୁହେଁ ।

ଚିନି ଏବଂ ଗୁଡ ଆଖୁରୁ ହିଁ ପ୍ରସ୍ତୁତ କରାଯାଏ । ଏହାର ଅର୍ଥ ହେଉଛି ଚିନି ଓ ଗୁଡ ଉଭୟରେ ଗ୍ଲାଇସେମିକ ଇନଟେକ୍ସ ଅଧିକ ପରିମାଣରେ ରହିଥାଏ । ତେଣୁ ମଧୁମେହ ରୋଗୀ ଭୋଜନ କରିବା ପୂର୍ବରୁ ଏଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ ।

ଗୁଡରେ ମାତ୍ରାଧିକ ପୋଷତତ୍ତ୍ବ ରହିଥିଲେ ମଧ୍ୟ ଶର୍କରା ଅଧିକ ପରିମାଣ ରହିଥାଏ । ତେଣୁ ଏହି କାରଣରୁ ମଧୁମେହ ରୋଗୀ ଗୁଡ ଖାଇବା ଅନୁଚିତ୍ ।

ଅଧିକାଂଶ ମଧୁମେହ ରୋଗୀ ଏକ ଭୁଲ ଧାରଣାରେ ରହିଥାଆନ୍ତି ଯେ, ଚିନି ବଦଳରେ ଗୁଡ ସେବନ ସୁରକ୍ଷିତ । ଯେଉଁମାନେ ମଧୁମେହ ରୋଗୀ ନୁହଁନ୍ତି, ସେମାନଙ୍କ ପାଇଁ ଗୁଡ ଏକ ଉତ୍ତମ ବିକଳ୍ପ ହୋଇପାରେ । ହେଲେ ମଧୁମେହ ରୋଗୀଙ୍କ ପାଇଁ ଏହା ଉତ୍ତମ ନୁହେଁ ।

ଆୟୁର୍ବେଦ ଚିକିତ୍ସାରେ ମଧୁମେହ ରୋଗୀଙ୍କୁ ଗୁଡ ଖାଇବାକୁ ବାରଣ କରାଯାଇଛି । ଫୁସଫୁସ୍ ସଂକ୍ରାମଣ, ମାଇଗ୍ରେନ୍ ଏବଂ ଶ୍ବାସରୋଗର ଚିକତ୍ସା ପାଇଁ ଗୁଡ ସେବନ କରିବାକୁ ପରାମର୍ଶ ଦିଆଯାଏ ।

Leave A Reply