ସମ୍ଭାବ୍ୟ ବନ୍ୟା ପାଇଁ ଜଗତସିଂହପୁରରେ ସ୍କୁଲ ବନ୍ଦ

ଜଗତସିଂହପୁର: ସମ୍ଭାବ୍ୟ ବନ୍ୟା ପାଇଁ ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି ।  ଜଗତସିଂହପୁର ଜିଲ୍ଳାପାଳ ଏନେଇ ବିଇଓମାନଙ୍କୁ ନିର୍ଦେଶ ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଯେଉଁ ସ୍କୁଲ ଗୁଡ଼ିକରେ ପାଣି ପଶିରହିଛି ବା ପାଣି ପଶିବାର ସମ୍ଭାବନରା ରହିଛି । ସେହି ସବୁ ସ୍କୁଲକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥି ସହିତ ସ୍କୁଲ ଗୁଡ଼ିକର ଦରକାରୀ କାଗଜପତ୍ର ଗୁଡ଼ିକୁ ସରକ୍ଷିତ ଭାବେ ରଖିବାକୁ କୁହାଯାଇଛି ।

ସୂଚନା ଥାଉକି  ବର୍ତ୍ତମାନ ବନ୍ୟା ପାଣି ଯୋଗୁ ଜଗତସିଂହପୁର ଜିଲ୍ଲାର ସ୍ଥିତି ବେହାଲ ହୋଇଛି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଗତକାଲି ତଳିଆ ଅଞ୍ଚଳର ୫ଶହରୁ ଅଧିକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥାନାନ୍ତର ପ୍ରକିୟା ଜାରି ରଖିଛି । ଜିଲ୍ଲାର ଅନେକ ସ୍ଥାନରେ ଘାଇ ହେବାର ସମ୍ଭାବନା ରହିଛି ।

Comments are closed.