ଜଗତସିଂହପୁରରେ ୫-ଟି ସଚିବ

ଜଗତସିଂହପୁର: ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିଛନ୍ତି । ତାଙ୍କ ଗ୍ରସ୍ତ ସମୟରେ ଜିଲ୍ଲାପାଳ ପରୁଲ ପଟୱାରୀ, ଏସପି ଆଖିଲେଶ୍ୱର୍ ସିଂହ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାସ, ସ୍ଥାନୀୟ ତହସିଲଦାର, ବିଡ଼ିଓ ପ୍ରମୁଖ ଉପସ୍ଥିତ ରହିଥିଲେ । ମାଆଙ୍କ ମନ୍ଦିରର ବଡ଼ପଣ୍ଡା ରଞ୍ଜନ ପଣ୍ଡା ଓ ଅନ୍ୟ ସେବାୟତଙ୍କ ସହ ମନ୍ଦିର ବିଷୟରେ ଆଲୋଚନା କରିଥିଲେ ୫-ଟି ସଚିବ । ମନ୍ଦିର ସଂଲଗ୍ନ ରାସ୍ତା ସମ୍ପ୍ରସାରଣ, ଯାତ୍ରୀ ବିଶ୍ରମାଗର, ଚନ୍ଦନ ପୋଖରୀର ପୁନରୁଦ୍ଧାର ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଏଥିପାଇଁ ଏକ କମିଟି ଗଠନ କରି ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

Comments are closed.