ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ୨୦ଜଣିଆ ଜଗତସିଂହପୁର ଜିଲ୍ଲା ପ୍ରଶାସନିକ ଦଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିକାଶ ମଡେଲକୁ ଶୁକ୍ରବାର ଦିନ ପୁଣି ଏକ କୋଡିଏ ଜଣିଆ ଜଗତସିଂହପୁର ପ୍ରଶାସନିକ ଟିମ ପରିଦର୍ଶନ କରିଛନ୍ତି। ସେଥିମଧ୍ୟରେ ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଜଗତସିଂହପୁର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସରୋଜ କାନ୍ତ ମହାନ୍ତି, ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ଉକ୍ତ ଟିମକୁ ପୂର୍ବାହ୍ନ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ସେଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ ଓ ଗ୍ରାମ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ। ପରେ କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ନିକଟରେ ଉକ୍ତ ଟିମକୁ ଅଙ୍ଗନବାଡି କର୍ମୀ ଓ ମହିଳାମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହା ପରେ ମନ୍ଦିର ନିକଟରେ ହୋଇଥିବା କଲ୍ୟାଣମଣ୍ଡପ, ରୁରାଲ ପାର୍କ, ଆଦର୍ଶ ପୁଷ୍କରିଣୀ ପରିଦର୍ଶନ କରିବା ସହ କେଉଁ ସ୍କିମ ଓ କିଭଳି କରାଗଲା ତାହା ପରିଦର୍ଶନ ଆସିଥିବା ଅଧିକାରୀମାନେ ପଚାରି ବୁଝିଥିଲେ। ପରେ ହୁମ୍ମାର ପଞ୍ଚାୟତ କାର୍ୟ୍ୟାଳୟ ମଧ୍ୟ ଉକ୍ତ ଟିମ ପରିଦର୍ଶନ କରିଥିଲେ।

ଏହି ଟିମରେ ୭ ଜଣ ବିଡ଼ିଓ, ଛଅ ଜଣ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜେଇ ପ୍ରମୁଖ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ବେଳେବଟେଶ୍ୱର ପୀଠରେ ପାଳିବନ୍ଧ ସରପଞ୍ଚ ଦିଲିପ ଛୋଟରାୟ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର ତରାଇ, ସମ୍ପାଦକ ରଂଜିତ ପଲାଇ, ଶିବ ପ୍ରସାଦ ସ୍ୱାଇଁ, ନିରାକର ଜେନା, ରଘୁନାଥ ସାହୁ, ତ୍ରୀଲୋଚନ ପ୍ରଧାନ, ଅଜୟ ପ୍ରଧାନ ପଦ୍ମ ଚରଣ ପଲାଇଙ୍କ ସମେତ ଛଅଟି ଗ୍ରାମର କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ପରିଦର୍ଶନରେ ଆସିଥିବା ଟିମ ସ୍ଥାନୀୟ ଲୋକପ୍ରତିନିଧି ସହ ଉନୟନ କାର୍ୟ୍ୟ ଉପରେ ଆଲୋଚନା କରିଥିଲେ। ବ୍ଲକର ଏ ଇ ଇ ବଂଶୀଧର ପରିଡା, ଜେ. ଇ ପ୍ରଦୀପ ମଲ୍ଲିକ, ପି. ଇ. ଓ ଦିଲୀପ ନାୟକଙ୍କ ସମେତ ଅନ୍ୟନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲ।

Comments are closed.