ଚୋରାଚାଲାଣ ସମୟରେ ୨ ହଜାର ଲିଟର କିରୋସିନି ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲା ବାଲିକୁଦା ଥାନା ତେନ୍ତୁଲିବେଲାରି ଗାଁରେ ଶନିବାର ପ୍ରାୟ ୨ ହଜାର ଲିଟର କିରୋସିନି ଜବତ ହୋଇଛି। ବାହାରକୁ କିରୋସିନି ଚୋରା ଚାଲାଣ ବେଳେ ଗାଁର କିଛି ଯୁବକ ଏହା ଦେଖି କିରୋସିନି ଚାଲାଣକାରୀଙ୍କୁ ଧରିଛନ୍ତି। କିରୋସିନି ଚାଲାଣକାରୀଙ୍କୁ ଧରି ଯୁବକମାନେ ପୁଲିସ ଜିମା ଦେଇଛନ୍ତି। ଏତେ ପରିମାଣରେ କିରୋସିନି କେଉଁଠାକୁ ଓ କାହିଁକି ଚାଲାଣ କରାଯାଉଥିଲା ସେନେଇ ପୁଲିସ ତଦନ୍ତ ଜାରି ରହିଛି।

Comments are closed.