ଜେଲ ପାଚେରୀ ଡେଇଁ ବିଚାରାଧୀନ ବନ୍ଦୀ ଚମ୍ପଟ

ଜଗତସିଂହପୁର: ଜଗତସିଂହପୁର ଆଳିପିଙ୍ଗଳ ଜେଲରୁ ପାଚେରୀ ଡେଇଁ ଆଜି ଜଣେ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିଥିବା ଜଣାପଡିଛି। ବିଚାରାଧୀନ ବନ୍ଦୀ ଜଣଙ୍କ ହେଉଛନ୍ତି ବାଲିକୁଦା ଥାନା ଗଦେଇଗିରି ଗ୍ରାମର ଜୀବନ ଜ୍ୟୋତି ସାହୁ। ସେ ଏକ ନାବାଳିକା ଅପହରଣ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ଥିଲା ବୋଲି ଜେଲ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ଜେଲ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଦେଇଥିବା ବେଳେ ପଡୋଶୀ ଜିଲ୍ଲା ଗୁଡିକୁ ସତର୍କ କରାଯାଇଥିବା ଜଣାପଡିଛି।

Comments are closed.