ଅରେଞ୍ଜ୍‍ ଜୋନରେ ଜଗତ୍‍ସିଂହପୁର : ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

ଜଗତ୍‍ସିଂହପୁର : କରୋନା ପଜିଟିଭ୍‍ ତାଲିକାରେ ଜଗତ୍‍ସିଂହପୁର ଜିଲ୍ଲା ସାମିଲ୍‍ ହେବା ପରେ ଜିଲ୍ଲାରୁ ଗୁରୁବାର ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗରୁ ଫେରିଥିଲେ। ତାଙ୍କର ବୟସ ୭୦ ବର୍ଷ । ବୁଧବାର ଜିଲ୍ଲାର ନାଉଗାଁ ବ୍ଲକ୍‍ରୁ ୪ ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ । ଏମାନେ ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାପଡିଛି।
ସେଥିମଧ୍ୟରୁ ୩ ଜଣ ଗୋଟିଏ ପରିବାରର ହୋଇଥିବାବେଳେ ଅନ୍ୟ ଜଣେ ତାଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ସମସ୍ତଙ୍କୁ ଭୁବନେଶ୍ୱରର ଏକ
କୋଭିଡ୍‍-୧୯ ହସ୍ପିଟାଲ୍‍କୁ ଚିକିତ୍ସାପାଇଁ ପଠାଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ୍‍ ଜୋନ୍‍ ରେ ସାମିଲ କରାଯାଇଛି ।

ଅନ୍ୟପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ସମ୍ପୃକ୍ତ ଗ୍ରାମରେ ଥିବା କ୍ୱାରେଣ୍ଟାଇନ୍‍ କେନ୍ଦ୍ରକୁ ବିଶୋଧନ କରାଯାଇ ସିଲ୍‍ କରିଦିଆଯାଇଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯିବା ସହ ପୁଲିସ୍‍ ମୁତୟନ କରାଯାଇଛି।

Comments are closed.