ଜଗତସିଂପୁର ଜିଲାକୁ ବାହାର ଜିଲା ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ଜଗତସିଂହପୁର : କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜଗତସିଂହପୁର ଜିଲାପ୍ରଶାସନ ବାହାର ଜିଲା ଲୋକଙ୍କ ପ୍ରବେଶ ଉପରେ  କଟକଣା  ଲଗାଇଛନ୍ତି। ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲାପାଳ କଟକ ଓ ଭୁବନେଶ୍ୱର ଯିବା ଆସିବା ନକରିବାକୁ ଜିଲାବାସୀଙ୍କ ଅପିଲ କରିଛନ୍ତି । କଟକ ଓ ଭୁବନେଶ୍ବରରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଜିଲାପାଳ ବାରଣ କରିଛନ୍ତି । କୌଣସି ଜରୁରୀ କାମ ନଥିଲେ କେହି ବି ଯା ଆସ କରନ୍ତୁନି । ଜରୁରୀ କାମ ଥିଲେ ପ୍ରଶାସନର ଅନୁମତି ନେବାକୁ ଜିଲାପାଳ କହିଛନ୍ତି । ସେହିପରି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ ମେସେଜ ମାଧ୍ୟମରେ କହିଛନ୍ତି ଯେ କଟକ, ଭୁବନେଶ୍ବର, କେନ୍ଦ୍ରାପଡା ଓ ପୁରୀକୁ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲାଗାଯାଇଛି।

ଏଥି ସହିତ ଜିଲାବାସୀଙ୍କୁ ଜିଲାର କୌଣସି  ସରକାରୀ ଅଫିସ୍ ଯିବାକୁ ମଧ୍ୟ ବାରଣ କରାଯାଇଛି । ବିନା କୌଣସି ଜରୁରୀ କାମରେ ସରକାରୀ ଅଫିସ୍ ଆସିବାକୁ ବାରଣ କରାଯାଇଛି । ଲୋକମାନେ ନିର୍ଦ୍ଦିଷ୍ଟ ପୋର୍ଟାଲରେ ନିଜର ଅଭିଯୋଗ ଜଣାଇ ପାରିବେ ।

Comments are closed.