ମୃତକଙ୍କ ଶୁଦ୍ଧିକ୍ରିୟା ପାଇଁ ସହାୟତା ଦେଲା ଜଗତଜନନୀ କ୍ଲବ

ପାଟଣା: ପାଟଣା ବ୍ଲକ ଡିଆନାଳି ଗ୍ରାମର ରଇବୁ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ପାଟଣା ପୁଲିସ ସେହି ଗ୍ରାମର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ଗରିବ ପରିବାରର ରଇବୁ ମୁଣ୍ଡାଙ୍କ ଶୁଦ୍ଧିକ୍ରିୟା ପାଇଁ ଅର୍ଥର ଅଭାବ ଥିବା ଜାଣିବା ପରେ ଗ୍ରାମର ଜଗତଜନନୀ କ୍ଲବ ମୃତ ରଇବୁ ମୁଣ୍ଡାଙ୍କ ପରିବାରକୁ ଦୁଇ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଛି। କ୍ଲବର ସଭାପତି ଗୌତମ ମହାନ୍ତ, ସମ୍ପାଦକ ଭଗବାନ ଦାସ, କୃଷ୍ଣଚନ୍ଦ୍ର ମହାନ୍ତ, ଡମ୍ବରୁଧର ମହାନ୍ତ, ଚତୁର୍ଭୁଜ ଦାସ ଓ ତ୍ରିନାଥ ମହାନ୍ତ ପ୍ରମୁଖ ଆଜି ମୃତକଙ୍କ ଘରେ ପହଁଚି ଏହି ସହାୟତା ପ୍ରଦାନ କରିଛନ୍ତି।

Comments are closed.