ଶ୍ରୀମନ୍ଦିରକୁ ମିଳିଛି ୧୮୭ କୋଟି ଟଙ୍କା, ୧୭ କେଜି ସୁନା

ଭୁବନେଶ୍ଵର: ଶ୍ରୀମନ୍ଦିରକୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ କିଛି ନା କିଛି ଦାନ କରିଥାନ୍ତି। କେଉଁ ଶ୍ରଦ୍ଧାଳୁ ଟଙ୍କା ଦାନ କରନ୍ତି ତ ଆଉ କେହି ସୁନା, ରୁପା ଅଳଙ୍କାର ଦିଅନ୍ତି। ତେବେ ୨୦୧୦ ଜାନୁୟାରୀ ମାସ ସୁଦ୍ଧା ଶ୍ରୀମନ୍ଦିରକୁ ୧୮୭ କୋଟି ୧ ଲକ୍ଷ ୮୫ ହଜାର ଟଙ୍କା ଦାନ ଆକାରରେ ମିଳିଥିବା ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏହା ସହିତ ଭକ୍ତମାନଙ୍କଠାରୁ ୧୭ କେଜି ୭୫୬ ଗ୍ରାମ ୭୦୬ ମିଲିଗ୍ରାମ ସୁନା ମିଳିଛି। ସେହିପରି ଭକ୍ତମାନଙ୍କଠାରୁ ୨୨୭ କେଜି ୯୫ ଗ୍ରା ୩୦୭ ମିଲିଗ୍ରାମ ରୁପା ମଧ୍ୟ ମହାପ୍ରଭୁଙ୍କୁ ଦାନ ମିଳିଛି। ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ଜେନା ଏହି ସୂଚନା ଦେଇଛନ୍ତି।

Comments are closed.