ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ କଂଗ୍ରେସ ହାତ ଛାଡ଼ିଲେ ଜଗନ୍ନାଥ ପଟ୍ଟନାୟକ

ସମ୍ବଲପୁର : ଗୁରୁବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ବୁଧବାର କଂଗ୍ରେସର ହାତ ଛାଡିଛନ୍ତି ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ଜଗନ୍ନାଥ ପଟ୍ଟନାୟକ । ବୁଧବାର ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଦଳର ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।
ସାମ୍ବାଦିକ ସମ୍ବିଳନୀ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଚଳିତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଜାଣିଶୁଣି ଖରାପ ପ୍ରଦର୍ଶନ କରିବାକୁ ଯାଉଛି। ଦଳ ରାଜ୍ୟ ନେତୃତ୍ୱ ପ୍ରଚାରରେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ରଣନୀତି ଆପଣାଇଥିଲା। ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଚାହିଁଥିଲେ ଦଳ ଆଗକୁ ବଢିପାରି ଥାଆନ୍ତା ମାତ୍ର ତାହା କରାଇ ଦିଆଗଲା ନାହିଁ ବୋଲି ଜଗନ୍ନାଥ କହିଛନ୍ତି। ଚଳିତ ବର୍ଷ ଦଳ ଭଲ ପଦର୍ଶନ କରିବ ନାହିଁ ବୋଲି ଜଗନ୍ନାଥ କହିଛନ୍ତି।

Comments are closed.