ମକର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକନ୍ତି ସମ୍ପନ୍ନ ହେବ । ମକର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀଜିଉଙ୍କ ମଙ୍ଗଳା ଆଳତି ଓ ଅବକାଶ ନୀତି ସମାପନ ହେବାପରେ ଶ୍ରୀଜିଉଙ୍କର ପଟା ପହରଣ ଲାଗି କରାଯିବ । ପରେ ମକରଚୂଳ ଲାଗି ହେବ । ରୀତିନୀତି ଅନୁଯାୟୀ ସକାଳ ଧୂପ ନୀତି ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବ । ପରେପରେ ମହାପ୍ରଭୁଙ୍କ ଅଳଙ୍କାର ଲାଗି ହୋଇ ମକରବେଶ ହେବ । ଆଜିର ଦିନରେ ମହାପ୍ରଭୁଙ୍କ ଦର୍ଶ କଲେ ପୁଣ୍ୟଲାଭ ହେବାର ବିଶ୍ୱାସ ରହିଛି । ହେଲେ କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ପ୍ରଶାସନ କଟକଣା ଲଗାଇଛି । ଭକ୍ତମାନେ କେବଳ ପତିତପାବନଙ୍କୁ ଦର୍ଶନ କରିପାରିବେ ।

Comments are closed.