ଆନ୍ଧ୍ର କ୍ୟାବିନେଟରେ ‘ଦିଶା ବିଲ୍‍-୨୦୧୯’କୁ ମଞ୍ଜୁରୀ : ୨୧ ଦିନରେ ବଳାତ୍କାରୀକୁ ମୃତ୍ୟୁଦଣ୍ଡ

ବିଜୟୱାଡା : ଆନ୍ଧ୍ରପ୍ରଦେଶ କ୍ୟାବିନେଟ ‘ଦିଶା ବିଲ୍‍-୨୦୧୯’କୁ ଅନୁମୋଦନ କରିଛି । ଏଥରେ ସାମୂହିକ ବା ଗଣ ବଳାତ୍କାର ମାମଲାର ୨୧ ଦିନ ମଧ୍ୟରେ ଶୁଣାଣି କରାଯାଇ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଏହି ବିଧେୟକକୁ ବିଧାନସଭାର ଚଳିତ ଅଧିବେଶନରେ ଆଗତ କରାଯିବ।
ଆନ୍ଧ୍ରପ୍ରଦେଶ ଅପରାଧ ଆଇନରେ ଏକ ସଂଶୋଧନ ସହ ଏହି ଆଇନ୍‍ ଲାଗୁ କରାଯିବ । ଯାହାକୁ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ ଭାବେ ନାମିତ କରାଯାଇଛି । ପଡୋଶୀ ରାଜ୍ୟ ତେଲଙ୍ଗାନାରେ ନିକଟରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପ୍ରାଣୀ ଚିକିତ୍ସିକାଙ୍କ ସ୍ମୃତିରେ ଏହ ଆଇନ୍‍ ପ୍ରଣୟନ ହେବାକୁ ଯାଉଛି । ଏହା ବ୍ୟତୀତ ଅନ୍ୟ ଏକ ଆଇନକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ଯେଉଁ ଆଇନ ମହିଳା ଏବଂ ପିଲାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନର ମାର୍ଗ ପ୍ରଶସ୍ଥ କରିବ।
ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନରେ ଏହି ଦୁଇଟି ବିଲ୍‍ ଆଗତ କରାଯିବ।

Comments are closed.