ଆସନ୍ତାକାଲି ଶପଥ ନେବେ ଜଗନମୋହନ ରେଡ୍ଡି

ନୂଆଦିଲ୍ଲୀ : ୱାଇଏସଆର କଂଗ୍ରେସ ମୁଖ୍ୟ ୱାଇ.ଏସ ଜଗନମୋହନ ରେଡ୍ଡୀ ଗୁରୁବାର ବିଭାଜିତ ଆନ୍ଧ୍ରପ୍ରଦେଶର ୨ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ରାଜ୍ୟପାଳ ଇ.ଏସ.ଏଲ ନରସିଂହା ତାଙ୍କୁ ପଦ ଓ ଗୋପନିୟତାର ଶପଥ ପାଠ କରାଇବେ। ଏହି ଶପଥଗ୍ରହଣ ସମାରୋହ ବିଜୟୱାଡା ସ୍ଥିତ ଆଇଜିଏମସି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଶପଥ ସମାରୋହରେ ଜଗନମୋହନ ରେଡ୍ଡି ଏକକ ଭାବରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ। ଜୁନ ୭ ତାରିଖରେ ରେଡ୍ଡି ତାଙ୍କର ମନ୍ତ୍ରୀମଣ୍ଡଳ ଗଠନ କରିବେ ବୋଲି ସୂଚନା ମିଳିଛି।
ୱାଇଏସଆର କଂଗ୍ରେସ ଆନ୍ଧ୍ରପ୍ରଦେଶରେ ୧୭୫ ଆସନରୁ ୧୫୧ଟି ଆସନ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ସେହିପରି ୱାଇଏସଆର ୨୫ଟି ଲୋକସଭା ଆସନରୁ ୨୨ଟିରେ ବିଜୟ ହାସଲ କରିଛି।

Comments are closed.