୧୬ ତାରିଖରେ ଶ୍ରୀମନ୍ଦିର ଜଗମୋହନ ଖୋଲିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ

0

କଟକ:  ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ବିନୀତ ଶରଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ୨୦୧୬ ମସିହା ଜାନୁଆରୀ ମାସରେ ଜଗମୋହନ ମରାମତି କାମ ଆରମ୍ଭ କରାଯାଇଥିଲା । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଏହି ମରାମତି କାମ ଆରମ୍ଭ କରିଥିଲା । ଦୁଇ ବର୍ଷ ଧରି ଏହି ମରାମତି କାର୍ଯ୍ୟ ଚାଲିଥିଲା ।

ଏପ୍ରିଲ ୧୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣୀ କରାଯିବ । ଏହି ନିର୍ଦେଶ ପରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି  ସେ ବିଷୟରେ ଜଣାଇବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି ।

ଶ୍ରୀମନ୍ଦିର ସଂସ୍କାର କମିଶନ, ଜଷ୍ଟିସ ବିପି ଦାସ କମିଶନ ଦେଇଥିବା କେତକ ପରାମର୍ଶକୁ ଲାଗୁ କରିବା ପାଇଁ ହାଇ କୋର୍ଟ ନିର୍ଦେଶ ଦେଇଛନ୍ତି । ଗର୍ଭ ଗୃହକୁ ସେବା ଥିବା ସେବାୟତ ପ୍ରବେଶ କରିବେ , ଏହା ବ୍ୟତିତ ଅନ୍ୟ କୌଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ ବୋଲି ଜଷ୍ଟିସ ବିପି ଦାସ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶ କ୍ଲଜ ୩-କେ କୁ ହାଇକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି ।

Leave A Reply