ଏବେ ଫେରିବେନି  ଜଗା-ବଳିଆ

0

ନୂଆଦିଲ୍ଲୀ : ଏବେ ଓଡ଼ିଶା ଫେରିବେ ନି  ଜଗା-ବଳିଆ । ବଳିଆର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଏମ୍ସରୁ ନ ଛାଡିବା ପାଇଁ  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ବଳିଆର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଏମ୍ସରୁ ଡ଼ିସଚାର୍ଯ୍ୟ ନ କରିବା ପାଇଁ ଶ୍ରୀ ଜେନା କହିଛନ୍ତି।

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା କନ୍ଧମାଳର  ଜଗା-ବଳିଆଙ୍କ  ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ତାହା ଅନୁଧ୍ୟାନ  କରିବା ପାଇଁ  ପାଞ୍ଚଜଣିଆ ଡ଼ାକ୍ତରୀ ଦଳ ସହ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନୂଆଦିଲ୍ଲୀ ଯାଇଥିଲେ। ଏହି ପାଞ୍ଚଜଣିଆ ଡାକ୍ତରୀ ଦଳରେ ଏସସିବିର ପ୍ରଫେସର ସଞ୍ଜିବ ମିଶ୍ର, ପ୍ରଫେସର ସରୋଜ ଶତପଥୀ, ପ୍ରଫେସର ଜଗମୋହନ ମିଶ୍ର, ସହକାରୀ ପ୍ରଫେସର ପୃଥ୍ୱୀରାଜ ସିଂହ ଓ ଡାକ୍ତର ରଞ୍ଜିରଞ୍ଜନ ମହାନ୍ତି  ପ୍ରମୁଖ ଦିଲ୍ଲୀ ଯାଇଥିଲେ। ଏମ୍ସ ବିଶେଷଜ୍ଞଙ୍କ  ସହିତ ଏହି ଡାକ୍ତରୀ ଦଳ ଆଲୋଚନା କରିଥିଲେ। ସେମାନଙ୍କଠାରୁ ଜଗା-କାଳିଆଙ୍କ  ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଛିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା, ଜଗା-ବଳିଆଙ୍କୁ  ଡ଼ିସଚାର୍ଯ୍ୟ ନ କରିବା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଏବେ ଜଗା-ବଳିଆ ଏମ୍ସରୁ  ଡ଼ିସଚାର୍ଯ୍ୟ ହେବା ସଂପର୍କୀୟ ଆଲୋଚନାର ଅନ୍ତ ଘଟିଛି।

Leave A Reply