ଜ୍ୟାକ କାଲିସ ଦକ୍ଷିଣ ଆଫ୍ରିକାର ନୂଆ ବ୍ୟାଟିଂ ପରାମର୍ଶଦାତା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ କାଲିସ ବୁଧବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ନୂଆ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ନୂଆ ନିଯୁକ୍ତି ପାଇବା ମାତ୍ରେ କାଲିସ ପ୍ରେଟୋରିଆ ଠାରେ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଅଭ୍ୟାସ କ୍ୟାମ୍ପରେ ଯୋଗ ଦେଇଛନ୍ତି।
କାଲିସ ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୧୯ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୫,୫୩୪ ରନ କରିବା ସହିତ ୫୭୭ଟି ୱିକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି। ୫୧୯ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ କାଲିସ ୧୬୬ଟି ଟେଷ୍ଟ, ୩୨୮ଟି ଦିନିକିଆ ଓ ୨୫ଟି ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ୱ କରିଛନ୍ତି। ୨୦୧୪ରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ।

Comments are closed.