ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ୧୫ମାସ କାରାଦଣ୍ଡାଦେଶ

ଜୋହନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅଦାଲତ ଅବମାନନା ଅଭିଯୋଗରେ ୧୫ମାସ କାରାଦଣ୍ଡ ଶୁଣାଇଛନ୍ତି। ସମ୍ବିଧାନ ନାମରେ ଶପଥ ନେଇଥିବା ବ୍ୟକ୍ତି ସମ୍ବିଧାନ ଓ ଆଇନକୁ ଅମାନ୍ୟ କରିବା ଅପରାଧ ବୋଲି ବିଚାରପତି ରାୟ ଦେବା ସହ ଦଣ୍ଡାଦେଶ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିବା ପ୍ରକାଶ।

ଗତ ବର୍ଷ ନଭେମ୍ବରରେ ଏକ ମାମଲାର ଯାଞ୍ଚ ଆୟୋଗଙ୍କ ଶୁଣାଣିରେ ହାଜର ନ ହେବା ଓ ଏହାକୁ ପ୍ରତ୍ୟାଖ୍ୟାନ କରିବା ଅଭିଯୋଗରେ ଜୁମା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବିଭିନ୍ନ ଦୁର୍ନୀତି ଅଭିଯୋଗ ଉପରେ ଯାଞ୍ଚ କରୁଥିବା ଆୟୋଗ ନିକଟରେ ହାଜର ହେବା ପରିବର୍ତ୍ତେ କାରାଦଣ୍ଡ ଭୋଗିବାକୁ ସେ ପ୍ରସ୍ତୁତ ଥିବା ଜୁମା କହିଥିଲେ। ଜମା ଦୁଇ ଥର ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ।

Comments are closed.