ଗୁଜବ ଓ ଅସ୍ଥିରତା ସୃଷ୍ଟି କରିବା ଗଣମାଧ୍ୟମର କାର୍ଯ୍ୟ ନୁହେଁ – ଜାବ୍‍ଡେକର

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍‍ଡେକର କହିଛନ୍ତି, ଗଣମାଧ୍ୟମର ସ୍ୱାଧୀନତା ରହିଛି ଏବଂ ଆଗକୁ ମଧ୍ୟ ଏହା ରହିବ। କିନ୍ତୁ ଗଣମାଧ୍ୟମ ଏହାର ଦାୟିତ୍ୱ ପୂରଣ କରିବା ଆବଶ୍ୟକ। ସେ କହିଛନ୍ତି, ଗୁଜବ ଓ ଅସ୍ଥିରତା ସୃଷ୍ଟି କରିବା ଓ ଏହାର ପ୍ରଚାର କରିବା ଗଣମାଧ୍ୟମର କାର୍ଯ୍ୟ ନୁହେଁ। ପୁଣେ ସ୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୫୫ତମ ମହାରାଷ୍ଟ୍ର ପ୍ରଦେଶ ସମ୍ମିଳନୀରେ ଶ୍ରୀ ଜାବ୍‍ଡେକର କହିଛନ୍ତି, ଗଣମାଧ୍ୟମର ସମାଲୋଚନା କରିବାର ଅଧିକାର ରହିଛି; ମାତ୍ର ଖବର ସମ୍ପର୍କରେ ନିର୍ଭୁଲ୍‍ ତଥ୍ୟ ଯାଞ୍ଚ୍‍ ନ କରି ସମାଲୋଚନା କରାଯିବା ଉଚିତ ନୁହେଁ।

ମିଥ୍ୟା ଓ ଭ୍ରମାତ୍ମକ ଖବର ପରିବେଷଣ କରିବା ଗଣମାଧ୍ୟମର କାର୍ଯ୍ୟ ନୁହେଁ। ଶ୍ରୀ ଜାବ୍‍ଡେକର ଆହୁରି କହିଛନ୍ତି, ଯୁବପିଢ଼ି ସର୍ବଦା ସତର୍କ ରହିବା ଆବଶ୍ୟକ ଏବଂ ପରବର୍ତ୍ତନ ଆଣିବାପାଇଁ କାର୍ଯ୍ୟ କରିବା ଉଚିତ।

Comments are closed.