ଟୋଲ ପ୍ଲାଜା କର୍ମଚାରୀ ଏବଂ ଓକିଲଙ୍କ ମଧ୍ୟରେ ସଂଘର୍ଷ : ଅନେକ ଆହତ

ଭୋପାଳ : ମଧ୍ୟପ୍ରଦେଶର ଜବଲପୁରରେ ଶନିବାର ବିଳମ୍ବିତ ରାତ୍ରିରେ ଟୋଲ ପ୍ଲାଜା କର୍ମଚାରୀ ଏବଂ ଓକିଲଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି। ଏଥିରେ ଅନେକ ଆହତ ହୋଇଛନ୍ତି।
ରାତିରେ ଟୋଲ୍ ଟିକେଟ୍ ପ୍ରଦାନ ପାଇଁ କିଛି ଓକିଲ ଏବଂ ଟୋଲ୍ ପ୍ଲାଜାର କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ସ୍ଥାନୀୟ ବରେଲା ପୁଲିସ ଥାନା(ଏଏଚ୍ଓ) ସୁଶୀଲ ଚୌହାନ କହିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ଆହତ ହୋଇଛନ୍ତି। ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Comments are closed.