ନିର୍ବାଚନ ପୂର୍ବରୁ ଛତିଶଗଡରେ ମାଓବାଦୀ ବିଛାଇ ଥିବା ମୃତ୍ୟୁର ଜାଲ, ଦେଖନ୍ତୁ ଭିଡିଓ

0

ରାୟପୁର . – ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ମାଓବାଦୀମାନେ ଏକ ବଡ ଆକ୍ରମଣର ଯୋଜନା କରୁଥିବା  ଛତିଶଗଡ ପୁଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଛତିଶଗଡ ସୀମାକୁ ଲାଗିଥିବା ଓଡିଶା, ତେଲେଙ୍ଗାନା ଓ ମହାରାଷ୍ଟ୍ରରୁ ମାଓବାଦୀମାନେ ଛତିଶଗଡରେ ପ୍ରବେଶ କରିଛନ୍ତି ।  ଆକ୍ରମଣ ପାଇଁ ମାଓବାଦୀମାନେ ନୂଆ ଉପାୟ ଅବଲମ୍ବନ କରିଛନ୍ତି ।

ମାଓବାଦୀମାନେ ଲ୍ୟାଣ୍ଡମାଇନ ବିଛାଇ ଆକ୍ରମଣ କରୁଥିବେ ବେଳେ ଏବେ ଜଙ୍ଗଲରେ ଗାତ ଖୋଳି ସେଥିରେ ତେଣ୍ଟା ଆକାରର ଲୁହା ଓ ବାଉଁଶ ରଖି ତା ଉପରେ ପତ୍ର ଘୋଡାଇଥିବା ଦେଖିବାକୁ ମିଳିଛି । କମ୍ବିଂ ଅପରେସନ୍‌ ବେଳେ ଯବାନ ଏଥିରେ ପଡି ଆହତ ହେବାର ସମ୍ଭାବନା ରହିଛି । ଛତିଶଗଡ ପୁଲିସ ଅନେକ ସ୍ଥାନରେ ଏପରି ମୃତ୍ୟୁର ଜାଲକୁ ଠାବ କରିଛନ୍ତି । ରବିବାରରେ ଅନ୍ତାଗଡରେ ମାଓବାଦୀମାନେ ୭ଟି ବିସ୍ଫୋରଣ କରିଛନ୍ତି । ଏଥିରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଏକ ଗୁଳି ବିନିମୟରେ ପୁଲିସ ଗୁଳିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply