ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କଲେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ – ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ସମର୍ଥନ କରିଛନ୍ତି । ସେ ଟ୍ୱିଟ ମାଧ୍ୟମରେ ଏହାକୁ ସମର୍ଥନ କରିଛନ୍ତି। ସଂସଦରେ କଂଗ୍ରେସ ଏହାକୁ ବିରୋଧ କରିଥିଲା । ମାତ୍ର ଉତ୍ତରପ୍ରଦେଶ ରାଏ ବରେଲିର ବିଧାୟିକା ଅଦିତି ସିଂ ମଧ୍ୟ ଦଳୀୟ ନିଷ୍ପତି ବିରୋଧରେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ ।

ଏହାକୁ ନେଇ କଂଗ୍ରେସ ଦୁଇ ଭାଗ ହେଉଥିବା ଦେଖିବାକୁ ମିଳିଛି । ଜ୍ୟୋତିରାଦିତ୍ୟ ଏହା ଭାରତର ଏକୀକରଣ ପାଇଁ ଏକ ବଡ ପଦକ୍ଷେପ ବୋଲି ନିଜ ଟ୍ୱିଟରେ ଦର୍ଶାଇଛନ୍ତି । ସାମ୍ବିଧାନିକ ପ୍ରକ୍ରିୟା ପାଳନ କରାଯାଇଥିଲେ ବହୁତ ଭଲ ହୋଇଥାଆନ୍ତା ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି । ଏହା ଦେଶ ହିତରେ ହୋଇଥିବାରୁ ଏହାକୁ ସମର୍ଥନ କରୁଥିବା କଥା କହିଛନ୍ତି ।

Comments are closed.