ପୂଜ୍ୟ ପ୍ରଣାମ; ଆଜି ଜେଆର୍‌ଡି ଟାଟାଙ୍କ ଜୟନ୍ତୀ

ଭାରତରେ ବିମାନ ଉଦ୍ୟୋଗ ସମେତ ଇସ୍ପାତ, ଇଂଜିନିୟରିଂ, ହୋଟେଲ ଓ ଅନ୍ୟ ଉଦ୍ୟୋଗ ପ୍ରତିଷ୍ଠା ଓ ବିକାଶରେ ଅଗ୍ରଣୀ ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟାଙ୍କ ଜନ୍ମ ଆଜିର ଦିନରେ ହୋଇଥିଲା ୧୯୦୪ ମସିହାରେ। ସେ ବିଖ୍ୟାତ ବ୍ୟବସାୟୀ ରତନଜୀ ଦାଦାଭାଇ ଟାଟା ଏବଂ ସୁଜେନ ବ୍ରିଏରେଙ୍କ ପୁତ୍ର ଥିଲେ। ତାଙ୍କ ମାଆ କାର୍‌ ଚାଳନା କରିବାରେ ଭାରତର ପ୍ରଥମ ମହିଳା ଥିଲେ। ୧୯୨୯ରେ ଜାହାଙ୍ଗୀର ଟାଟା ଭାରତର ପ୍ରଥମ ଲାଇସେନ୍ଡ ପାଇଲଟ୍‌ ହେଲେ। ଟାଟା ଗ୍ରୁପ୍‌ର ପ୍ରତିଷ୍ଠାତା ଭା​ବେ ସେ ଦେଶବିଦେଶରେ ସୁପରିଚିତ। ୧୯୮୩ରେ ତାଙ୍କୁ ଫ୍ରାନ୍ସ ଲିଜିଅନ୍‌ ଅପ୍‌ ଅନର୍‌ ପ୍ରଦାନ କରିଥିଲା। ସେହିପରି ଭାରତର ଦୁଇଟି ସର୍ବୋଚ୍ଚ ନାଗରିକ ସମ୍ମାନ ୧୯୫୫ରେ ପଦ୍ମ ବିଭୂଷଣ ଓ ୧୯୯୨ରେ ଭାରତରତ୍ନ ପାଇଥିଲେ। ଭାରତର ଶିଳ୍ପକୁ ତାଙ୍କ ଅବଦାନ ପାଇଁ ଏହି ଉପାଧି ପ୍ରଦାନ କରାଯାଇଥିଲା। ୨୯ ନଭେମ୍ବର ୧୯୯୩ରେ ୮୯ ବର୍ଷ ବୟସରେ ଜେଆର୍‌ଡିଙ୍କ ପରଲୋକ ଘଟିଥିଲା।

Comments are closed.